This browser does not support the video element.
ବରଗଡ: ଗୁରୁଦ୍ୱାରା ଠାରେ ଅନୁଷ୍ଠିତ ପ୍ରକାଶ ପର୍ବରେ ସାମିଲ ହେଲେ ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ
Bargarh, Bargarh (Baragarh) | Aug 24, 2025
ଶ୍ରୀ ଗୁରୁ ଗ୍ରଂଥ ସାହେବ ଜୀଙ୍କ ପବିତ୍ର ପ୍ରକାଶ ପର୍ବ ଅବସରରେ ବରଗଡ଼ ଗୁରୁଦ୍ୱାରା ଠାରେ ଅନୁଷ୍ଠିତ ପ୍ରକାଶ ପର୍ବରେ ସାମିଲ ହେଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ | ରବିବାର ଅପରାହ୍ନ 2.30 ଘଣ୍ଟା ସମୟରେ ଏହି ପର୍ବରେ ଯୋଗଦେଇ ସମସ୍ତ ଶିଖ ଭାଇ ମାନଙ୍କୁ ଶୁବେଚ୍ଛା ଜଣାଇବା ସହ ଲଙ୍ଗରରେ ପ୍ରସାଦ ସେବନ କରିଥିଲେ | ଏହି ଅବସରରେ ଗୁରୁଦ୍ୱାରା ଠାରେ ଗୁରୁ ଗ୍ରଂଥ ସାହିବ ଜୀଙ୍କ ଅମର ବାଣୀ ସମଗ୍ର ସଂସାର ରେ କରୁଣା, ବିନମ୍ରତା ଓ ସେବାର ସନ୍ଦେଶ ଦେଇଥାଏ ବୋଲି ଜଣାଯାଇଥିଲା | ଏହାସହ ବରଗଡ଼ର ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା |