This browser does not support the video element.
ମାଲକାନଗିରି: କୋରୁକୋଣ୍ଡାର ହରିଜନ ସାହି ନିକଟ6ରୁ ୫୦ କିଲୋରୁ ଅଧିକ ଗୋମାଂସ କୋରୁକୋଣ୍ଡା ପୋଲିସ ଜବତ କରି ନଷ୍ଟ କରିଛି
Malkangiri, Malkangiri | Aug 24, 2025
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦରସ୍ଥିତ ହରିଜନ ସାହିରୁ ୫୦ କିଲୋରୁ ଅଧିକ ଗୋମାଂସ କୋରୁକୋଣ୍ଡା ପୋଲିସ ଜବତ କରି ନଷ୍ଟ କରିଛି। ଆଜି ଅପରାହ୍ନ ସମୟରେ ସଦମହକୁମା ହରିଜନ ସାହି ନିକଟରେ ନଦୀ କୂଳରେ ଗୋମାଂସ କଟାଯାଉଥିବା ସୂଚନା ଗ୍ରାମବାସୀଙ୍କ ପକ୍ଷରୁ ପୋନ୍ ମାଧ୍ୟମରେ କୋରୁକୋଣ୍ଡା ଥାନାକୁ ଜଣାଇଥିଲେ। ଖବର ପାଇ ଥାନା ଅଧିକାରୀ ହିମାଂଶୁ ବାରିକ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ତୁରନ୍ତ ସେଠାରେ ପହଁଚିଥିଲେ। ପୋଲିସର ଚଢ଼ାଉ ସୂଚନା ପାଇ ସମ୍ପୃକ୍ତ ବ୍ୟକ୍ତିମାନେ ଗୋମାଂସ ଛାଡି ପଳାଇଯାଇଥିଲେ । ପୋଲିସ ୫୦ କିଲୋରୁ ଅଧିକ ଗୋମାଂସ ଜବତ କରି ନଷ୍ଟ କରିଛି।