This browser does not support the video element.
ଗୋବିନ୍ଦପୁର: ସଗରା ହାଇସ୍କୁଲ ରେ ଜୋନ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ
Govindpur, Sambalpur | Sep 11, 2025
ବାମରା ବ୍ଲକ୍ ଅନ୍ତର୍ଗତ ସଗରା ହାଇସ୍କୁଲ୍ ଠାରେ ଗୁରୁବାର ଦିନ ଜୋନ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଉଭୟ ବାଳକ ବାଳିକା ବର୍ଗ ରେ ଖୋଖୋ, କବାଡି ଓ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ରେ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟ ରୁ ୫ ଶହ ୪୦ ଜଣ ପ୍ରତିଯୋଗୀ ଅନ୍ଶ ଗ୍ରହଣ କରିଥିଲେ। ୧୭ ଜଣ କ୍ରୀଡା ଶିକ୍ଷକ ଖେଳ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତ୍ର କୁମାର ବିଶ୍ବାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ସ୍ଥାନୀୟ ସଗରା ସରପଞ୍ଚ ଗୋଲାପି ବାଘ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ।