This browser does not support the video element.
ବାସୁଦେବପୁର: ଦୀକ୍ଷିତବିନ୍ଧା ଗାଁରେ ଶିଆଳ କାମୁଡ଼ାରେ ୨ଜଣ ଗୁରୁତର
Basudebpur, Bhadrak | Apr 20, 2024
ଆଜି ଦୀକ୍ଷିତବିନ୍ଧା ଗାଁରେ ଶିଆଳ କାମୁଡ଼ାରେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମାନେ ହେଲେ ସେହି ଗାଁର ବନମାଳୀ ମିଶ୍ର ଓ ଗଜେନ୍ଦ୍ର ସାହୁଙ୍କ ୩ବର୍ଷର ଝିଅ ଜାଗୃତି ସାହୁ। ଆଜି ଘର ଆଗରେ ଠିଆ ହେଇଥିବା ବେଳେ ଶିଆଳଟି ଗୋଡ଼ାଇ ଗୋଡ଼ାଇ କାମୁଡିଥିବା ସୂଚନା ମିଳିଛି।