This browser does not support the video element.
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏସଡିପିଓ ଅଫିସରେ ସାମ୍ବାଦିକ ସମ୍ମିଳନୀରେ ବାଇକ ଚୋର ଗ୍ୟାଙ୍ଗ ଉପରେ ପ୍ରତିକ୍ରିୟା ରଖିଲେ କଣ୍ଟାବାଞ୍ଜି ଏସଡିପିଓ
Kantabanji, Balangir | Apr 15, 2024
ଆଜି ତୁରେକେଲା ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ଅଞ୍ଚଳରେ ସକ୍ରିୟ ହୋଇ ବିଭିନ୍ନ ଥାନା ଅଂଚଳରୁ ଚୋରୀ କରୁଥିବା ବାଇକ ଚୋର ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ। ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା କଣ୍ଟାବାଞ୍ଜି ପୋଲିସ ଏସଡିପିଓ ଗୌରାଙ୍ଗ ଚରଣ ସାହୁ। ତୁରେକେଲା ଥାନା ଅଂଚଳରେ ଏକ ବାଇକ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ ଅଧିକାର ତଦନ୍ତ କରି ଚଟୁଅନକା ଗାଁର ଅବତର ପୁଟେଲ କୁ ଗିରଫ କରିଥିବା ବେଳେ ଧୀରେ ଧୀରେ ଆଉ ଚୋରୀ ବାଇକ ଧରା ପଡିବା ସହ ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି।