This browser does not support the video element.
ଛତ୍ରପୁର: ଛତ୍ରପୁରରୁ ୨୦ ଲକ୍ଷ ଟଙ୍କାର ବାଣ ଜବତ ଘଟଣାରେ ୨ ଗିରଫ, ଫାୟାର ରେଞ୍ଜ ଜଙ୍ଗଲରେ ପୋଡି ନଷ୍ଟ କଲା ପୋଲିସ
Chhatrapur, Ganjam | Sep 28, 2025
ବାଣ ଜବତ ଘଟଣା ରେ ଦୁଇ ଜଣକୁ ଗିରଫ କଲା ଛତ୍ରପୁର ପୋଲିସ ।ଗିରଫ ଦୁଇ ଜଣ ଛତ୍ରପୁର ର ଅଶୋକ ସେନାପତି ଓ ରବିନ୍ଦ୍ର ସେନାପତି ଜବତ ବାଣ କୁ ନଷ୍ଟ କରିଦିଆଯାଇଛି | ଆଇନଗତ ବ୍ୟବସ୍ଥାର କଡ଼ାକଡ଼ି ପାଳନ କରି ଏବଂ କୋର୍ଟଙ୍କଠାରୁ ଆବଶ୍ୟକୀୟ ନିର୍ଦ୍ଦେଶ ପାଇବା ପରେ, ବମ ସ୍କ୍ୱାର୍ଡ, ମାଜିଷ୍ଟେଟ, ଫାୟାର କର୍ମଚାରୀ, ଡାକ୍ତର ଏବଂ ପୁଲିସ କର୍ମଚାରୀ ଙ୍କ ଉପସ୍ଥିତ ରେ ପାଲୁର ନିକଟ ଫାୟାର ରେଞ୍ଜ ଜଙ୍ଗଲ ରେ ଜବତ ହୋଇଥିବା ବାଣକୁ ରବିବାର ଅପରାହ୍ନରେ ପୋଡି ଦିଆଯାଇଛି।