This browser does not support the video element.
ବରଗଡ: ନୂଆଁଖାଇ ପାଇଁ ଛୁଟି ଦାବି ସମ୍ପର୍କରେ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ
Bargarh, Bargarh (Baragarh) | Aug 27, 2025
ନୂଆଁଖାଇ ପାଇଁ 30 ତାରିଖକୁ ଲୋକାଲ ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ RDC | କେବଳ ସୋନପୁର,ବଲାଙ୍ଗୀର,ନୂଆପଡ଼ା ଜିଲ୍ଲା ଛୁଟି ଘୋଷଣା କରାଯାଇଥିବା ବେଳେ ପଶ୍ଚିମ ଓଡିଶାର ଅନ୍ୟ ଜିଲ୍ଲା ମାନଙ୍କୁ ଛୁଟି ଘୋଷଣା କରାଯାଇ ନାହିଁ | ଯାହାକୁ ନେଇ ବୁଧବାର ଅପରାହ୍ନ 2 ଘଣ୍ଟା ସମୟରେ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ନିଜ ପ୍ରତିକ୍ରିୟା ରଖିଲେ ବରଗଡ଼ ଜିଲ୍ଲାପାଳ | ଏନେଇ ବରଗଡ଼ ବାସୀଙ୍କ ଦାବିକୁ ନେଇ ଆଲୋଚନା କରାଯିବ ବୋଲି ଜଣାଇଛନ୍ତି ଜିଲ୍ଲାପାଳ ଆଦିତ୍ୟ ଗୋୟଲ | ବରଗଡ଼ ବାସୀ ମଧ୍ୟ ଛୁଟି ପାଇଁ ଦାବି କରୁଥିବା ବେଳେ ଏହାକୁ ନେଇ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।