This browser does not support the video element.
ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ନିଧିଆପଲ୍ଲୀ ଗାଲେରି ରାସ୍ତାରେ ବଣୁଆ ହାତୀଙ୍କ ଆତଙ୍କ ଦେଖା ଦେଇଛି ।
Bhanjanagar, Ganjam | Sep 29, 2025
ଗଞ୍ଜାମ ଜିଲା ଭଞ୍ଜନଗର ନିଧିଆପଲ୍ଲୀ ଗାଲେରି ରାସ୍ତାରେ ବଣୁଆ ହାତୀଙ୍କ ଆତଙ୍କ ଦେଖା ଦେଇଛି । ବହୁ ସମୟ ଧରି ରାସ୍ତା ଉପରେ ହାତୀ ମାନେ ଅଟକି ରହିଥିଲେ । ଫଳରେ ସମ୍ପୃକ୍ତ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇ ପଡିଥିଲେ । ଏହା ଆଜି ସଂଧ୍ୟା 6 ଘଣ୍ଟ ରେ ଘଟିଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ହାତୀକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡ଼ାଇବା ବ୍ୟବସ୍ଥା କରିଛନ୍ତି ।