This browser does not support the video element.
ଖୋର୍ଦ୍ଧା: ବଜ୍ରପାତରେ ଚାଳିଗଲା ନବୀନାବାଗ୍ ଯୁବକଙ୍କ ଜୀବନ
Khordha, Khordha | Sep 2, 2025
ମଙ୍ଗଳବାର ସକାଳୁ ବଜ୍ରପାତରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଛି । ମୃତକ ହେଲେ ସ୍ଥାନୀୟ ନବୀନାବାଗ ଅଂଚଳ ର ଲେନିନ ପାଇକରାୟ । ସୂଚନା ଅନୁସାରେ, ଆଜି ସକାଳୁ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା ।ଲେନିନ୍ ଘର ଦୁଆରମୁଁହରେ ସକାଳୁ ବସିଥିବାବେଳେ ବଜ୍ରପାତ ରେ ହଠାତ ଆହତ ହୋଇଥିଲେ । ସଂଗେ ସଂଗେ ତାଙ୍କ ମୁଁହରୁ ରକ୍ତବାନ୍ତି ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମେଡିକାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଲେନିନ୍ ଜଣେ ପରୋପକାରୀ, ଉଦୀୟମାନ ଯୁବକଭାବେ ପରିଚିତ ଥିଲେ ।