This browser does not support the video element.
କବିସୂର୍ଯ୍ୟନଗର: ଡାହିକି ଛକରୁ ଚୋରା ମାଙ୍କଡ଼ସା ପଥର ଗାଡିକୁ ଜବତ କଲା ବେଗୁନିଆପଡା ପୋଲିସ
Kabisuryanagar, Ganjam | Aug 26, 2025
ରାଜ୍ୟରେ ଖଣି ଖାଦାନ ଲୁଟ ଅହରହ ଚାଲିଥିବା ବେଳେ ଅନେକ ସମୟରେ ପ୍ରଶାସନ ପକ୍ଷରୁ ଗାଡି ଯାଞ୍ଚ ଓ ଫାଇନ କରୁଥିବା ନଜରକୁ ଆସୁଛି । ଗଞ୍ଜାମ ଜିଲ୍ଲାକୁ ମାଙ୍କଡ଼ସା ଚାଲାଣ ହେଉଥିବା ଜଣାପଡିଛି । ତେବେ ସରକାରଙ୍କ ଫାଙ୍କି ଦିନ ଦ୍ବିପହରରେ କିଭଳି ଚାଲାଣ ହେଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଠାରେ ମାଙ୍କଡ଼ସା ପଥର ଖଣି ରହିଛି । ଗତ କାଲି ବେଗୁନିଆପଡା ଏ ଏସ ଆଇ ଗୀତିଶ୍ରୀ ଦାଶ ଙ୍କ ସହ ପୋଲିସ ଟିମ ପେଟ୍ରୋଲିଙ୍ଗି ସମୟରେ ଅଙ୍ଗାରଗାଁ ନିକଟ ଡାହିକି ଛକରେ ଏକ ଟାଟା ଟ୍ରକ OD 02CM 4235 ରେ ମାଙ୍କଡ଼ସା ଧରି ଯାଉଥିବା ବେଳେ ପୋଲିସ ଜବତ କରିଛି ।