This browser does not support the video element.
ସୋର: ମାଟିଆପଲ୍ଲା ଛକ ନିକଟରୁ ଏକ ବେଆଇନ ବାଲି ବୋଝେଇ ହାଇୱାକୁ ଜବତ କଲେ ତହସିଲଦାର
Soro, Balasore | Sep 9, 2025
ସୋର ତହସିଲ ପକ୍ଷରୁ ମାଟିଆପଲ୍ଲା ଛକରେ ଚଢ଼ାଉ କରାଯାଇ ଏକ ବେଆଇନ ବାଲି ବୋଝେଇ ହାଇୱା ଜବତ କରାଯାଇଥିବା ବେଳେ ଏହାର ଚାଳକ ଫେରାର ହୋଇଥିବା ଜଣାପଡିଛି। ସୁଚନା ଅନୁସାରେ ଆଜି ସନ୍ଧ୍ୟାରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ମାଟିଆପଲା ଛକ ନିକଟରେ ଅଚାନକ ଚଢ଼ାଉ କରିଥିଲେ। ଏହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ବାଲି ବୋଝେଇ କରି ଆସୁଥିବା ଓଡି ୨୨ ଏଏ ୯୧୮୫ ନମ୍ବର ବିଶିଷ୍ଟ ବାଲି ବୋଝେଇ ଡ଼ମ୍ଫରକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ପରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଜାଣିପାରି ଗାଡିକୁ ଜବତ କରି ଖଣି ବିଭାଗକୁ ହସ୍ତାନ୍ତର କରିଥିଲେ।