This browser does not support the video element.
ଗୋପାଳପୁର: ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଘଟଣାକୁ ନେଇ ବିଶ୍ବ ବିଦ୍ୟାଳୟ ପରିସରରେ ପ୍ରତିକ୍ରିୟା ରଖିଲେ କୁଳପତି
Gopalpur, Ganjam | Aug 21, 2025
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ବିଶ୍ବ ବିଦ୍ୟାଳୟରେ ସୁରକ୍ଷାକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଣିକି ବିଶ୍ବବିଦ୍ୟାଳୟରେ ପରିଚୟ ପତ୍ର ବାଧ୍ୟତାମୂଳକ। ଛାତ୍ରଛାତ୍ରୀ, ପ୍ରଫେସର ଓ କର୍ମଚାରୀ ପିନ୍ଧିବେ ଆଇ-କାର୍ଡ।ଅପରାହ୍ନ ୫ଟା ପରେ ବିଶ୍ଵବିଦ୍ୟାଳୟକୁ ପ୍ରବେଶ ମନା ।କ୍ୟାମ୍ପସରେ ନୁହେଁ ବାହାରେ ଅଣଛାତ୍ର ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି କୂଳପତି। ଗୁରୁବାର ଅପରାହ୍ନରେ ବିଶ୍ବ ବିଦ୍ୟାଳୟ ପରିସରରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତିଙ୍କ ପ୍ରଫେସର ଗୀତାଞ୍ଜଳି ଦାଶ ।