This browser does not support the video element.
କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ
Kabisuryanagar, Ganjam | Aug 15, 2025
ଭାରତର 79 ତମ ସ୍ୱାଧୀନତା ଦିବସ ବେଗୁନିଆପଡା ବ୍ଲକ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । ବ୍ଲକ ପରିସରରେ ଅଧକ୍ଷା ରେଣୁ ଗୌଡ଼ ପତାକା ଉତ୍ତୋଳନ କରିଥିବା ବେଳେ ବିଡ଼ିଓ ସସ୍ମିତା ଶତପଥୀ, ଏବିଡିଓ ନିରଞ୍ଜନ ବେହେରା ଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ଥାନା ପରିସରରେ ଏସ ଆଇ ଟୁନା ପୀଡ଼ିକା ପତାକା ଉତ୍ତୋଳନ କରିଥିବା ବେଳେ ପୋଲିସ ଟିମ ଉପସ୍ଥିତ ଥିଲେ । କୋଦଳା ତହସିଲ କାର୍ଯ୍ୟାଳୟରେ ତହସିଲଦାର ସସ୍ମିତା ଶତପଥି, ଏନ ଏ ସି କାର୍ଯ୍ୟାଳୟ ରେ ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଗୋଷ୍ଟି ଶିକ୍ଷା ଅଧିକାରୀ, କୋଦଳା ଥାନା ରେ ଥାନା ଅଧିକାରୀ ପତାକା ଉତ୍ତୋଳନ କରିଥିଲେ ।