This browser does not support the video element.
ଗୋବିନ୍ଦପୁର: ସାଗରା ଷ୍ଟେସନ ନିକଟ ରେଳ ଲାଇନ ରେ ଟ୍ରେନ ଧକ୍କା ରେ ମାଇ ହାତୀ ଗୁରୁତର
Govindpur, Sambalpur | Sep 4, 2025
ବାମରା ବ୍ଲକ ଅନ୍ତର୍ଗତ ସାଗରା ନିକଟବର୍ତ୍ତୀ ରେଳ ଲାଇନ ରେ ଟ୍ରେନ ଧକ୍କା ରେ ଏକ ମାଇ ହାତୀ ଗୁରୁତର ଆହତ ହୋଇ ଥିବା ବେଳେ ବନ ବିଭାଗ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁସାରେ ଗୁରୁବାର ଭୋର ରେ ହାତୀ ପଲ ରେଳ ଲାଇନ ଅତିକ୍ରମ କରୁଥିବା ସମୟ ରେ ସୋନାଖାନ ଓ ସାଗରା ରେଳ ଷ୍ଟେସନ ମଝିରେ ଟ୍ରେନ ଧକ୍କା ରେ ଏକ ମାଇ ହାତୀ ଗୁରୁତର ଆହତ ହୋଇ ଅପ ରେଳ ଲାଇନ ରେ ଛଟପଟ ହେଉଥିବା ଦେଖା ଯାଇଛି। ଘଟଣା ସ୍ଥଳ ଟି ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ସୀମା ରେ ଥିବା ବେଳେ ରାଉରକେଲା ଓ ବାମରା ବନଖଣ୍ଡ ଅଧିକାରୀ ଉଦ୍ଧାର କାର୍ଯ୍ୟ ରେ ଲାଗିଛନ୍ତି।