Download Now Banner

This browser does not support the video element.

ଡାବୁଗାଁ: ପାପଡାହାଣ୍ଡି ସହିଦ ସ୍ମୃତି ଦିବସ ପ୍ରସ୍ତୁତି କାର୍ଯ୍ୟ ତଦାରଖ କଲେ ନବରଙ୍ଗପୁର ବିଧାୟକ ଓ ଜିଲ୍ଲା ପାଳ

Dabugan, Nabarangpur | Aug 23, 2025
ଆସନ୍ତା କାଲି ପାପଡାହାଣ୍ଡିରେ ସହିଦ ସ୍ମୃତି ଦିବସ ପାଳନ ହେବ | ଏହି ଅବସରରେ ଆଜି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଓ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ | ସହିଦ ମିନାର ପରିସର ସହ ତିଳ ତର୍ପଣ ସ୍ଥାନ ଆଦି ବୁଲି ଦେଖିଥିଲେ | ଏହା ପରେ ସେ ବସଷ୍ଟାଣ୍ଡ ନିକଟରେ ସହିଦ ମିନାର ଲାଗି ଚିନ୍ହଟ ହୋଇଥିବା ସ୍ଥାନ ବୁଲି ଦେଖିଥିଲେ | ପାପଡାହାଣ୍ଡି ବିଡ଼ିଓ କପିଲଦେବ ସାହୁ, ବିଜେପି ମଣ୍ଡଳ ସଭାପତି ମନୋଜ ଅଗ୍ରୱାଲ, ତ୍ରିନାଥ ଅମନାତ୍ୟ, ହରି ମୋହନ ଶର୍ମା ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ |
Read More News
T & CPrivacy PolicyContact Us