This browser does not support the video element.
ସୋନପୁର: ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସୁବଳୟା ରେ ପାରମ୍ପରିକ କୃଷ୍ଣଗୁରୁ ଶୋଭାଯାତ୍ରା ଅନୁଷ୍ଠିତ
Sonapur, Subarnapur (Sonepur) | Aug 28, 2025
ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୁଆଁଖାଇ ଆଜି ଜିଲ୍ଲାର ସୁବଳୟା ସହରରେ ବଡ଼ ଧୁମ ଧାମରେ ପାଳନ ହୋଇଥିବା ବେଳେ , ନୁଆଁ ଖିଆ ପରେ ସହରରେ କୃଷ୍ଣ ଗୁରୁଙ୍କ ଶୋଭାଯାତ୍ରା ଅତ୍ୟନ୍ତ ନିଆରା ଏବଂ ପ୍ରାଚୀନ ଅଟେ l ଏହି କ୍ରମରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସ୍ଥାନୀୟ ଗଡ଼ ଭିତର କୃଷ୍ଣଗୁରୁ ମନ୍ଦିରରୁ ଏକ ସୁସଜ୍ଜିତ ତୋରଣରେ କୃଷ୍ଣ ଗୁରୁଙ୍କୁ ଉପଵେଶନ କରାଇ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ନଗର ପରିକ୍ରମାରେ ବାହାରିଥିବା ବେଳେ ସ୍ଥାନେ ସ୍ଥାନେ ଜନସାଧାରଣ ପୂଜାର୍ଚନା କରିଛନ୍ତି l