This browser does not support the video element.
ଡାବୁଗାଁ: ପାପଡାହାଣ୍ଡି ଓ ଜଟାବାଲ ଠାରେ ମହମ୍ମଦ ଜୟନ୍ତୀ ପାଳିତ
Dabugan, Nabarangpur | Sep 5, 2025
ଆଜି ପାପଡାହାଣ୍ଡି ଓ ଜଟାବାଲ ଠାରେ ମହମ୍ମଦ ଜୟନ୍ତୀ ପାଳିତ ହୋଇଯାଇଛି | ଉଭୟ ଗ୍ରାମର ମୁସଲମାନ ଧର୍ମାବଲମ୍ବିଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲେ | ପରେ ମସଜିଦକୁ ଆସି ନମାଜ ପାଠ କରାଯାଇଥିଲା | ଭାରତ ବାସିଙ୍କ ମଙ୍ଗଳ କାମନା ସହ ଶାନ୍ତି ଓ ସମୃଦ୍ଧି ନେଇ ପ୍ରାର୍ଥନା କରାଯାଇଥିଲା | ପାପଡାହାଣ୍ଡିରେ ଏହି ଅଵସରରେ ମସଜିଦରେ ଗରିବ, ଅସହାୟ ମାନଙ୍କୁ ପୋଷାକ, ମିଠା ଆଦି ବଣ୍ଟନ କରାଯାଇଥିଲା | ମହମ୍ମଦ ଜୟନ୍ତୀ ଯୋଗୁଁ ମସଜିଦ ଗୁଡିକ ଚଳ ଚଞ୍ଚଳ ହୋଇଉଠିଥିଲା |