This browser does not support the video element.
ମହୁଲପାଲି: କୁଚିଣ୍ଡା ବ୍ଲକ କୁଦୋପଡ଼ା ଠାରେ କାର ଦୁର୍ଘଟଣାରେ ଜଣେ ଯୁବକ ମୃତ୍
Mahulpalli, Sambalpur | Sep 11, 2025
ସାନ ମୁଣ୍ଡାଲୋଇ ନିବାସୀ ତଥା କୁଚିଣ୍ଡା କଲେଜ ର ଛାତ୍ର ଥିବା ରୋଶନ୍ ଜୟପୁରିଆ ବୁଧବାର ରାତିରେ ଏକ କାର ଯୋଗେ ନିଜ ଘର କୁ ଫେରୁଥିବା ବେଳେ କୁଦୋପଡ଼ା ଠାରେ ଭାରସାମ୍ୟ ହରାଇ ଏକ ଗଛ କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଫଳରେ ତାଙ୍କ ଛାତି ରେ ଷ୍ଟେୟରିଙ୍ଗ ମାଡ ହୋଇ ସେ ଗୁରୁତର ଆହତ ହୋଇଥିବା ବେଳେ ବୁର୍ଲା ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ କୁସୁମୀ ଫାଣ୍ଡି ପୋଲିସ ଗୁରୁବାର ଦିନ ଏକ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।