Download Now Banner

This browser does not support the video element.

ଚାରମାଳ: କେବୁଲ ପାଇପ ଚୋରି ଅଭିଯୋଗରେ ସାନ ହିନ୍ଦୋଳ ଗ୍ରାମର ବାପ ପୁଅ ଗିରଫ

Charamal, Sambalpur | Sep 5, 2025
ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଖଳଖଳିଆ ପୋଲ ଉପରେ ଏକ କେବୁଲ ସଂସ୍ଥା ପକ୍ଷରୁ କେବୁଲ ତାର ନେବା ପାଇଁ ପାଇପ୍ ବିଛା ଯାଇଥିଲା , ହେଲେ ସେହି ପାଇପ କୁ ଗତ ୩ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସଂପୃକ୍ତ ସଂସ୍ଥାର ମ୍ୟାନେଜର ଚାରମାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରି ସାନ ହିନ୍ଦୋଳ ଗ୍ରାମରେ ଚଢ଼ାଉ କରି ଚୋରି ହୋଇଥିବା ପାଇପ ସହ ପିକ‌ଅପ ଭ୍ୟାନ ଓ ଏକ ବାଇକ ଜବତ କରି ଚୋରି କରିଥିବା ବାପ ତ୍ରୀନାଥ ପ୍ରଧାନ ଓ ପୁଅ ଚନ୍ଦନ ପ୍ରସାଦ ପ୍ରଧାନ ଓରଫ ମାନସ କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
Read More News
T & CPrivacy PolicyContact Us