This browser does not support the video element.
ସୋନପୁର: ବରଗଡ ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥ ବୈଦୁପାଲି କାଳୀମନ୍ଦିର ଛକ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇ ୫ ଗୁରୁତର ଆହତ ହୋଇଛନ୍ତି
Sonapur, Subarnapur (Sonepur) | Sep 5, 2025
ଆଜି ସଂଧ୍ୟା ୭.୩୦ରେ ବରଗଡ ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥ ବୈଦୁପାଲି କାଳୀମନ୍ଦିର ଛକ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇ ୫ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବୈଦୁପାଲି ଗ୍ରାମର ରାକେଶ କୁମ୍ଭାର, ଶତୃଘ୍ନ ତାଣ୍ଡି ଓ ରମେଶ ଦୀପ ଏକ ବାଇକରେ ଡୁଙ୍ଗୁରିପାଲି ପଟରୁ ଚେରୁପାଲି ଆଡକୁ ଯାଉଥିଲେ । ତାଙ୍କ ପଛରେ ଶୁଖା ଗ୍ରାମର ସତ୍ୟ ମେହେର ଓ ସାର୍ଥକ ବିଶ୍ଵାଳ ଅନ୍ୟ ଏକ ବାଇକରେ ଯାଉଥିଲେ । ପଛରେ ଯାଉଥିବା ବାଇକ ଆରୋହୀ ଆଗରେ ଯାଉଥିବା ବାଇକୁ ଧକ୍କା ଦେଇଥିଲେ ।