This browser does not support the video element.
ଦେବଗଡ: ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବୀରେ ଉପଜିଲାପାଳଙ୍କୁ ଜଙ୍ଗଲ ଅଧିକାର କମିଟୀର ଦାବିପତ୍ର
Debagarh, Debagarh (Deogarh) | Sep 13, 2025
ତିଲେଇବଣି ବ୍ଲକ ବଡଛାପଲ ଗ୍ରାମ ପଂଚାୟତ ଅନ୍ତର୍ଗତ ସୁବର୍ଣ୍ଣପାଲି ଜଙ୍ଗଲ ଜମି କମିଟୀ ପକ୍ଷରୁ ପ୍ରାୟ ୧୦ ମାସ ପୂର୍ବରୁ ଜଙ୍ଗଲ ଅଧିକାର ଆଇନ ପଟ୍ଟା ପାଇଁ ଆବେଦନ କରାଯାଇଥିଲା ।ମାତ୍ର ବର୍ତମାନ ପର୍ଯ୍ୟନ୍ତ ହିତାଧିକାରୀ ମାନଙ୍କୁ ଏହା ପ୍ରଦାନ କରାଯାଇନାହିଁ । ଫଳରେ ଆଶାୟୀ ହିତାଧିକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସୁବର୍ଣ୍ଣପାଲି ଜଙ୍ଗଲ ଜମି କମିଟୀ ପକ୍ଷରୁ ଏନେଇ ଆଜି ପୁଣିଥରେ ପ୍ରଶାସନ ନିକଟରେ ଦାବି କରାଯାଇଛି । ଆଜି ଦିନ ପ୍ରାୟ ୧୨ ଟାରେ ସୁବର୍ଣ୍ଣପାଲି ଜଙ୍ଗଲ ଅଧିକାର କମିଟୀର ସଭାପତି ଠକଲାଲ ଠାକୁରଙ୍କ ସହ ବହୁ ସଦସ୍ୟ ସ୍ମାରକ ପତ୍ର ପ୍ରଦାn କରିଥିଲେ।