Download Now Banner

This browser does not support the video element.

ଜୁଜୁମୁରା: ତସରକଟା ଗ୍ରାମରେ ହାତୀ ଉପଦ୍ରବ ବ୍ୟାପକ ଧାନ ଫସଲ ନଷ୍ଟ

Jujomura, Sambalpur | Sep 30, 2025
ତସରକଟା ଗ୍ରାମରେ ହାତୀ ଉପଦ୍ରବ ବ୍ୟାପକ ଧାନ ଫସଲ ନଷ୍ଟ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଦମରପଡା ପଞ୍ଚାୟତ ତସରକଟା ଗ୍ରାମର ଧାନ କ୍ଷେତରେ ମଙ୍ଗଳବାର ସକାଳେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ପଲ ଗତକାଲି ରାତିରେ ଓ ଆଜି ସକାଳୁ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ଧାନ ଫସଲ ଖାଇବା ସହ ମାଡିଦଳି ନଷ୍ଟ କରିଦେଇଛନ୍ତି ।‌ ଖବରପାଇ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ହାତୀମାନଙ୍କୁ ବାଣ ଫୁଟାଇ ଜଂଗଲ ଭିତରକୁ ଘୋଉଡାଇ ଦେଇଥିଲେ। ହେଲେ‌ ଆଜି ସକାଳୁ ଗୋଟିଏ ଦନ୍ତାହାତୀ ଆସି ଧାନ ଖାଉଥିବା ଦେଖାବାକୁ ମିଳିଛି ।
Read More News
T & CPrivacy PolicyContact Us