Download Now Banner

This browser does not support the video element.

ସୋର: ଜଗନ୍ନାଥପୁର ଗ୍ରାମରୁ ବାଇକ ଚୋରି କରି ନେଇଯାଉଥିବା ବେଳେ ଚୋରକୁ ଧରି ପୁଲିସ ଜିମାଦେଲେ ଗ୍ରାମବାସୀ

Soro, Balasore | Sep 26, 2025
ସୋର ବ୍ଲକ ଦହିସଡା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଚୋରି କରି ନେଇଯାଉଥିବା ବେଳେ ବାଇକକୁ ଉଦ୍ଧାର କରି ଚୋରକୁଧରି ଉତ୍ତମ ମଧ୍ୟମ ଦେଇ ଗ୍ରାମବାସୀ ମାନେ ସୋର ପୁଲିସ ଜିମା ଦେଇଥିଲେ।ସୂଚନା ଅନୁସାରେ ଏହି ଗ୍ରାମର ରମେଶ ରାଉତ ତାଙ୍କ ଓଡି ୦୧ ଏନ ୯୩୩୨ ନମ୍ବର ବିଶିଷ୍ଟ ହିରୋ ହୋଣ୍ଡା ହଙ୍କ ବାଇକକୁ ଘର ବାରଣ୍ଡା ରେ ରଖି ଖାଇ ପିଇ ଶୋଇଥିଲେ। ରାତି ଗୋଟାଏ ସମୟରେ ରମେଶଙ୍କ କାକା ପରିଶ୍ରା କରିବାକୁ ଉଠିଥିବା ବେଳେ ଚୋର ମାନେ ବାଇକ ଟିକୁ ନେଇ ଯାଉଥିବା ଦେଖି ତାଙ୍କୁ ପଚାରିବାରେ ତାଙ୍କୁ ଭୁଜାଲି ରେ ଆକ୍ରମଣ କରି ବାଇକ ନେଇ ଫେରାର ହୋଇଯାଇଥିଲେ।
Read More News
T & CPrivacy PolicyContact Us