This browser does not support the video element.
ଦେବଗଡ: କୁଣ୍ଡାପିଠା ଗ୍ରାମରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
Debagarh, Debagarh (Deogarh) | Oct 3, 2025
ଦେବଗଡ଼ ଜିଲ୍ଲା କୁଣ୍ଡାପିଠା ଗ୍ରାମରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ୧୬ ଟି ଦଳକୁ ନେଇ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଦିବସ ସନ୍ଧ୍ୟା ପ୍ରାୟ 5 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଆୟୋଜକ ଅନୁଷ୍ଠାନ ପକ୍ଷରୁ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗଦେଇ ଫିତାକାଟି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ଏଥିରେ ଦେବଗଡ଼ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି।