This browser does not support the video element.
ହିନ୍ଦୋଳ: ଏଥର ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ୮ ରୁ ୧୪ ତାରିଖ, କଣ ହେବ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ସୂଚନା
Hindol, Dhenkanal | Sep 21, 2025
ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପ୍ରରିପ୍ରେକ୍ଷୀରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହେଇଯାଇଛି l ବୈଠକରେ ଯୋଗଦେଇ ଜିଲ୍ଲାପାଳ କିଭଳି ଏହି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ସୁରୁଖୁରୁରେ ଅନୁଷ୍ଠିତ ହେବା ସେ ନେଇ ସମ୍ପୃକ୍ତ ବିଭାଗର ସହଯୋଗ କାମନା କରିଥିଲେ l ଏହି ବର୍ଷ ପଲ୍ଲିଶ୍ରୀ ମେଳା, ମହିଷାପାଟ ସ୍ଥିତ ପଡିଆରେ ଅକ୍ଟୋବର 8 ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l