This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Baleshwar M, Balasore | Sep 11, 2025
ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ସିଟୁ ବାଲେଶ୍ଵର ପକ୍ଷରୁ ୧୯ ଦଫା ଦାବି ପୂରଣ ନେଇ ଆଜି ପୂର୍ବାହ୍ନ ୧୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଶିକ୍ଷାମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଦାବି ଗୁଡ଼ିକ ମଧ୍ୟରେ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା,ପାଚିକା ସହାୟିକା ଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ,୧୨ମାସର ଦରମା ବର୍ଷକୁ ଦୁଇଖଣ୍ଡ ଶାଢ଼ୀ,ପ୍ରସୂତି କାଳୀନ ଛୁଟି, ଛଟେଇ ପାଚିକା କୁ ପୁନଃ ନିଯୁକ୍ତି ଦେବା,୨୮ ମାସର ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବା ଆଦି ପ୍ରମୁଖ ଦାବି କରିଥିଲେ।