This browser does not support the video element.
ବରଗଡ: ଚି଼ହ୍ନଟ ହୋଇଥିବା ସବୁ ଭାଙ୍ଗିଲେ କିନ୍ତୁ ଟାଟା ପାୱାର ଅଫିସର ବାଉଣ୍ଡ୍ରି ଭାଙ୍ଗିଲା ନାହିଁ ପ୍ରଶାସନ, ଅଭିଯୋଗ ଆଣିଲେ ରାଜ୍ୟ ଛାତ୍ର କଂଗ୍ରେସ
Bargarh, Bargarh (Baragarh) | Sep 8, 2025
ବରଗଡ଼ ଗାନ୍ଧୀଛକରେ ଥିବା ଟାଟା ପାୱାର ଅଫିସର ବାଉଣ୍ଡ୍ରି ଭାଙ୍ଗିଲା ନାହିଁ ପ୍ରଶାସନ | ପାତର ଅନ୍ତର କରୁଥିବା ଅଭିଯୋଗ କଲେ ସ୍ଥାନୀୟ ଦୋକାନୀ ଓ ରାଜ୍ୟ ଛାତ୍ର କଂଗ୍ରେସର ଉପସଭାପତି | ମଧ୍ୟାହ୍ନ 12 ଘଣ୍ଟା ସମୟରେ ଗାନ୍ଧୀଛକରେ ପ୍ରତିକ୍ରିୟା ରଖିଛନ୍ତି | ସୂଚନା ଅନୁସାରେ ପୌରପରିଷଦ ପକ୍ଷରୁ ଜବର ଦଖଲ ଜମିକୁ ଚିହ୍ନଟ କରାଯାଇଥିଲା | ତେବେ ଟାଟା ପାୱାର ଅଫିସର ବାଉଣ୍ଡ୍ରି ମଧ୍ୟ ଚିହ୍ନଟ କରାଯାଇଥିଲା ଏବଂ ଗାନ୍ଧୀଛକରେ ଥିବା ଦୋକାନ ମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା ବେଳେ ଦୋକାନ ମାନଙ୍କୁ ଭଙ୍ଗା ଗଲା କିନ୍ତୁ ଟାଟା ପାୱାର ଅଫିସର ବାଉଣ୍ଡ୍ରି ଭଙ୍ଗା ଯାଇ ନାହିଁ |