This browser does not support the video element.
ମାଲକାନଗିରି: ପାଣ୍ଡ୍ରୀପାଣି ଗ୍ରାମର ଖେଳ ପଡ଼ିଆରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Malkangiri, Malkangiri | Sep 27, 2025
ଆଜି ମାଲକାନଗିରି ଜିଲ୍ଲା ପାଣ୍ଡ୍ରୀପାଣି ଗ୍ରାମର ଖେଳ ପଡ଼ିଆରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ଯୋଗଦେଇଥିବା ବେଳେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଚନ୍ଦ୍ର ଅନୁଗୁ, ସ୍ଥାନୀୟ ସରପଞ୍ଚ ସାବିତ୍ରୀ ମୁଦୁଲିଙ୍କ ସହିତ ଅନ୍ୟ ଅତିଥି ମାନେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ ରୋମାନ ଇଲେଭେନ୍ ସହ ଦାମନଯୋଡ଼ି ମଧ୍ୟରେ ହୋଇଥିବା ବେଳେ ୨-୦ ଗୋଲରେ ଦାମନଯୋଡ଼ି ବିଜୟ ଲାଭ କରିଥିଲା। ବିଜୟ ଲାଭ କରିଥିବା ଦଳକୁ ଓ ପରାଯିତ ଦଳକୁ ପୁରସ୍କୃତ କରଯାଇଥିଲା।