This browser does not support the video element.
ଦେବଗଡ: ବଞ୍ଜାରୀ ଟୁଙ୍ଗ୍ରୀରେ ଜଙ୍ଗଲ ମା’ଙ୍କ ପୂଜା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଶତାଧିକ ମହିଳା ଓ ପୁରୁଷ ସାମିଲ
Debagarh, Debagarh (Deogarh) | Aug 31, 2025
ତିଲେଇବଣି ବ୍ଲକ କେନ୍ଦେଇଜୁରୀ ଗ୍ରାମ ପଂଚାୟତର ଗୁଣ୍ଡେଇମରା, ଅସନଲତା, ବଂଜାରୀ ଓ ବେଂଟକାରବାହାଳ ଗ୍ରାମବାସୀଙ୍କୁ ନେଇ ଗଠିତ ମିଳିତ ଜଙ୍ଗଲ ସୁରକ୍ଷା କମିଟୀ ଆନୁକୂଲ୍ୟରେ ବଞ୍ଜାରୀ ଟୁଙ୍ଗରୀ ତଥା ଅସନଲତା ଘାଟି ଜଙ୍ଗଲରେ ଆଜି ଜଙ୍ଗଲ ମା’ଙ୍କ ପୂଜାର୍ଚ୍ଚନା କରାଯିବା ସହ ବିସ୍ତୀର୍ଣ୍ଣ ଅଂଚଳରେ ବୃକ୍ଷରୋପଣ କରାଯାଇଛି । ଆଜି ଦିନ ୨ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ମିଳିତ ଜଙ୍ଗଲ ସୁରକ୍ଷା କମିଟୀର ସଭାପତି ଚଇତୁ କିସାନ ଓ ସମ୍ପାଦକ ତପେଶ୍ୱର ନାୟକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା ।