This browser does not support the video element.
ଯୋଡା: କେମସି ନିକଟରେ ଦୁର୍ବୃତ୍ତ ଭୁଜାଲି ଦେଖାଇ ଲୁଟିନେଲେ ଟ୍ରକ ଟାୟାର ଓ ମୋବାଇଲ, ଥାନାର ଅଭିଯୋଗ
Joda, Kendujhar | Apr 27, 2024
ବାମେବାରୀ ଥାନା ଅନ୍ତର୍ଗତ କେମସି ନିକଟରେ ଗତ ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ଟ୍ରକରୁ ଚକ ଖୋଲିନେବା ସହ ମୋବାଇଲ ଛଡାଇନେଇଛନ୍ତି। ସୂଚନା ଅନୁସାରେ କେମସି ଠାରେ ଡ୍ରାଇଭର ଖଣିକୁ ଯାଉଥିବା ବେଳେ ରାସ୍ତା ଜାମ ଥିବାରୁ ଟ୍ରକ ସବୁ ଛିଡା ହୋଇଥିଲା। ପରେ ରାସ୍ତା ଜାମ ହଟିବାରୁ ଅନ୍ୟ ଟ୍ରକ ଚାଲିଯାଇଥିଲା ବେଳେ ଅନ୍ୟ ଏକ ଟ୍ରକ ଡ୍ରାଇଭର ଶୋଇ ପଡିଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଟ୍ରକ ଚକ ଖୋଲିନେବା ବେଳେ ଡ୍ରାଇଭର ବାରଣ କରିବାରୁ ଭୁଜାଲି ଦେଖାଇ ଉୟଭୀତ କରିଥିଲେ।