This browser does not support the video element.
ଢେଙ୍କାନାଳ ସଦର: ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମନ୍ତ୍ରୀ ପତାକା ଦେଖାଇ ଉଦ୍ଘାଟନ କଲେ
Dhenkanal Sadar, Dhenkanal | Sep 9, 2025
ଢ଼େଙ୍କାନାଳ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭୂତି ପ୍ରାପ୍ତି ନିମନ୍ତେ ଆଜି ଅପରାହ୍ନ ୩ଟା ୩୦ରେ ଜିଲ୍ଲା କାର୍ଯ୍ୟାଳୟଠାରୁ ଜିଲ୍ଲାର ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାର ଆରମ୍ଭ ହୋଇଛି । ଏଥି ନିମନ୍ତେ ଆୟୋଜିତ ୨ ଗୋଟି ବସ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ପାତ୍ର, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ , ସାଂସଦଙ୍କ ପ୍ରତିନିଧି ଶ୍ରୀ ରୁଦ୍ର ନାରାୟଣ ତ୍ରିପାଠୀ, ପର୍ଯ୍ୟଟନ ଅଧିକାରୀ ଶ୍ରୀ ଜଗଦୀଶ ରାୟ ପ୍ରମୁଖ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।