This browser does not support the video element.
ଖଲ୍ଲିକୋଟ୍: ମା ଡ଼ାଳଖାଇ ମନ୍ଦିର ପରିସରରେ କଂଗ୍ରେସ ର ସଂଗଠନ ଶୃଜନ ଅଭିଯାନ ବୈଠକ ରେ ହୋ ହଲା, ବୈଠକ ଅଧା ରୁ ବନ୍ଦ
Khalikote, Ganjam | Sep 5, 2025
ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ସଂଗଠନ ଶୃଜନ ଅଭିଯାନ ବୈଠକ ରେ ଆଜି ତୁମୁଳ ହଟ୍ଟଗୋଳ ହୋଇ ବୈଠକ ଅଧା ରୁ ବନ୍ଦ ହୋଇ ଯାଇଛି। ଆଜି ଅପରାହ୍ନ ୪ ଟା ସମୟରେ ସାନ ଘାଟି ଠାରେ ଥିବା ମା ଡ଼ାଳଖାଇ ମନ୍ଦିର ପରିସରରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ସଂଗଠନ ଶୃଜନ ଅଭିଯାନ ବୈଠକ ଅନୁଷ୍ଠିତ ହେଉଥିଲା। ପୂର୍ବତନ ବିଧାୟକ ପ୍ରାର୍ଥୀ ଚିତ୍ରସନ ବେହେରା ଙ୍କ ଅସମ୍ମାନ ଜନକ ଟିପ୍ପଣୀ ପରେ ସମସ୍ତ କଂଗ୍ରେସ କର୍ମୀ ରାଗି ଉତଖିପ୍ତ ହୋଇ ତାଙ୍କ ଆଡକୁ ମାଡି ଯାଇଥିଲେ। ତେବେ ଏହା ପରେ କର୍ମୀ ମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ସଭା ଅଧା ରୁ ଛାଡି ବାହାରକୁ ପଳେଇ ଥିଲେ।