This browser does not support the video element.
ଖଲ୍ଲିକୋଟ୍: କେଶପୁର ଅଗ୍ନିଶମ ସେବା କେନ୍ଦ୍ର ସମ୍ମୁଖରେ ଦୁର୍ଘଟଣା; ପିକଅପ ଭ୍ୟାନ ପଛକୁ ଧକ୍କା ଦେଲା କଣ୍ଟେନର, ଅଳ୍ପକେ ବର୍ତ୍ତି ଡ୍ରାଇଭର
Khalikote, Ganjam | Sep 12, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କେଶପୁର ଅଗ୍ନିଶମ ସେବା କେନ୍ଦ୍ର ସମ୍ମୁଖରେ ପିକଅପ ଭ୍ୟାନ ପଛକୁ ଏକ କଣ୍ଟେନର ଧକ୍କା ଦେଇ ଥିବା ବେଳେ ଅଳ୍ପକେ ପିକଅପ ଭ୍ୟାନ ଡ୍ରାଇଭର ବର୍ତ୍ତି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ ଟା ସମୟରେ ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ପିକଅପ ଭ୍ୟାନ ପଛକୁ ହଠାତ କେଶପୁର ଅଗ୍ନିଶମ ସେବା କେନ୍ଦ୍ର ସମ୍ମୁଖରେ ଏକ କଣ୍ଟେନର ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଯାହା ଫଳରେ ପିକଅପ ଭ୍ୟାନ ଟିର ପଛ ଭାଗ ଓ କଣ୍ଟେନର ଟିର ସମ୍ମୁଖ ଭାଗ କ୍ଷତି ଗ୍ରସ୍ତ ହୋଇଛି ।