This browser does not support the video element.
ଡାବୁଗାଁ: ଚିଙ୍ଗଡ଼ଶର ଗ୍ରାମବାସି ନିଜସ୍ୱ ଶ୍ରମ ଲଗାଇ ତିଆରି କଲେ ଗ୍ରାମ ରାସ୍ତା
Dabugan, Nabarangpur | Aug 22, 2025
ପକ୍କା ରାସ୍ତା ପାଇଁ ଗ୍ରାମବାସି ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ | କାଦୁଅ ରାସ୍ତା ଯୋଗୁଁ ବର୍ଷା ଦିନରେ ହନ୍ତ ସନ୍ତ ହେଇଥିଲେ | ଗତ 4 ତାରିଖ ଦିନ କାଦୁଅ ରାସ୍ତାରେ ଧାନ ତୋଳି ଲଗାଇ ପ୍ରତିବାଦ କରିଥିଲେ | ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗ୍ରାମବାସୀ ନିଜ ଶ୍ରମ ଲଗାଇ ତିଆରି କଲେ ରାସ୍ତା | ପାପଡାହାଣ୍ଡି ବ୍ଲକ ଚିଙ୍ଗଡଶର ଗ୍ରାମବାସୀ ଆଜି ନିଜ ଗ୍ରାମ ରାସ୍ତା ନିଜେ ତିଆରି କରିଛନ୍ତି | ସମସ୍ତେ ଏକତ୍ରିତ ହୋଇ ରାସ୍ତାରେ ଗୋଡି ମାଟି ପକାଇଥିଲେ |