This browser does not support the video element.
ସୋର: ସରଶଙ୍ଖ ଛକ ନିକଟରୁ ଗଂଜେଇ ଜବତ ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ସୋର ପୁଲିସ
Soro, Balasore | Sep 10, 2025
ଗତକାଲି ସରଶଙ୍ଖ ଛକ ନିକଟରୁ ଗଂଜେଇ ଜବତ ଘଟଣାରେ ସୋର ପୁଲିସ ଅଭିଯୁକ୍ତକୁ ଗିରଫ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗତକାଲି ସକାଳେ ସୋର ପୁଲିସ ପକ୍ଷରୁ ସରଶଙ୍ଖ ଛକ ନିକଟରେ ପେଟୋଲିଂ କରାଯାଉଥିବା ବେଳେ କୃଷ୍ଣଦାସପୁର ଗ୍ରାମର ବିଜୟ କୁମାର ବେହେରା(୩୩) ଚାଲିଚାଲି ଯାଉଥିଲେ।ତେବେ ପୁଲିସ ସନ୍ଦେହରେ ତାଙ୍କୁ ଅଟକାଇ ଯାଞ୍ଚ କରିବା ପରେ ତାଙ୍କ ବ୍ୟାଗରୁ ୫ କିଲୋଓଜନର ଗଞ୍ଜେଇ ଜବତ କରିବା ସହିତ ତାଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏ ବାବଦରେ ଗତକାଲି ରାତିରେ ପୁଲିସ ଥାନାରେ ୭୩୧/୨୫ ରେ ଏକ ମାମଲା ରୁଜ୍ଜୁ କରି ବିଜୟକୁ ଗିରଫ କରିଥିଲେ।