This browser does not support the video element.
ଛତ୍ରପୁର: ଆସନ୍ତାକାଲି ଠାରୁ ଜିଲ୍ଲାରେ ଘଡଘଡି ସହ ବିଜୁଳି, ବଜ୍ରପାତ ସମ୍ଭାବନାକୁ ନେଇ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Chhatrapur, Ganjam | Aug 27, 2025
ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର ।ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ପ୍ରଭାବ । ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଆସନ୍ତା କାଲି ଠାରୁ ଗଞ୍ଜାମ ଜିଲ୍ଲାରେ ଘଡଘଡି ବିଜୁଳି ସହ ବଜ୍ରପାତ ସମ୍ଭାବନା ରହିଛି। ଏନେଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ବୁଧବାର ମଧ୍ଯାହ୍ନରେ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।