Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବତଲଗା ଗାଁ ନିକଟ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ

Jharsuguda, Jharsuguda | Sep 1, 2025
ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବତଲଗା ଗାଁ ନିକଟ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ତେବେ ମୃତ ମହିଳା ଜଣକ ବତଲଗା ଗାଁର ଲିଳିମା ମିର୍ଦ୍ଧା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମହିଳା ଜଣକ ଓପିଜିସି ବନହରପାଲି ଠାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ରବିବାର ଡ୍ୟୁଟିରୁ ଫେରି ଗାଧୋଇ ସାରି ଚା' ପିଇବା ପରେ ରାତ୍ର ପ୍ରାୟ ସାଢ଼େ ୭ଟାରୁ ୮ଟା ରେ ଏକ ପ୍ଲାଷ୍ଟିକ ବାଲଟି ଧରି ଶୌଚ ପାଇଁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ।
Read More News
T & CPrivacy PolicyContact Us