This browser does not support the video element.
ଡାବୁଗାଁ: ଡାବୁଗାଁ ସରକାରି ନୂତନ ପଂଚାୟତ ଉଚ୍ଚ ବିଦ୍ୟାଳୟରେ ଜୋନାଲ ସ୍ତରୀୟ ଦୌଡ଼ ଓ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ
Dabugan, Nabarangpur | Sep 12, 2025
ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଡାବୁଗାଁ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜୋନାଲ ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗୀତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବାଳିକା ଓ ବାଳକ ବିଭାଗରେ ୧୦୦, ୨୦୦, ୪୦୦ ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟ ଫୁଟ, ଡିସକସ ଥ୍ରୋ ଖେଳାଯାଇ ୧ମ, ୨ୟ ଓ ୩ ୟ ହୋଇଥିବା ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ | ୧୭ ବର୍ଷରୁ କମ ଖୋଖୋ, ଭଲି ବଲ, ହ୍ୟାଣ୍ଡ ବଲ, ଫୁଟବଲ ଓ କ୍ରିକେଟ ପ୍ରତିଯୋଗୀତାରେ ଖେଳାଳି ଚୟନ କରଯାଇଥିଲା |