This browser does not support the video element.
ପଦ୍ମପୁର: ଏନ.ଏ.ସି ଘୋଷଣା ଦାବିରେ ପାଇକମାଲ ୧୨ ଘଣ୍ଟିଆ ବନ୍ଦ। ଯୋଗଦେଲେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା
Padmapur, Bargarh (Baragarh) | Sep 10, 2025
ଗତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୬ ଗୋଟି ନୂନଓ ଏନ.ଏ.ସି ଓ ୭ ଗୋଟି ନୂତନ ମ୍ୟୁନିସିପାଲଟି ଘୋଷଣା କରିଥିଲେ । ହେଲେ ସେହି ଘୋଷଣାରୁ ପଦ୍ମପୁର ଉପଖଣ୍ଡ ପାଇକମାଲକୁ ଏନ.ଏ.ସି ଘୋଷଣା ବାଦ ପଡିଛି । ପାଇକମାଲକୁ ସରକାର ଏନ.ଏ.ସି ଘୋଷଣାରୁ ବାଦ ଦେବା ପରେ ଏବେ ପାଇକମାଲ ଅଂଚଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଯାହାକୁ ଆଜି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦକୁ ପାଇକମାଲ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମର୍ଥନ ମିଳିଥିବା ଜଣାପଡିଛି ।