This browser does not support the video element.
ଡାବୁଗାଁ: ଡାବୁଗାଁ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ପିଲାଙ୍କ ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
Dabugan, Nabarangpur | Sep 11, 2025
ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ|ଳୟ ପରିସରରେ ଦିବ୍ୟାଙ୍ଗ ପିଲାମାନଙ୍କ ନିମନ୍ତେ ସହାୟତା ଉପକରଣ ବଣ୍ଟନ ସହ ଡାକ୍ତରୀ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି | ଭୁବନେଶ୍ଵର ଭାରତୀୟ କୁତ୍ରିମ ଅଙ୍ଗ ନିର୍ମାଣ ନିଗମ ଡା. ବିକ୍ରମ ମହାରଣା,ଡା. ଆକାଶ କୁମାର ରାଇ, ବୈଷୟିକ ସହାୟକ ମହାବୀର ସିଂ ଓ ଅମନ ଦ୍ଵିବେଦୀ ଯୋଗଦେଇ ଦିବ୍ୟାଙ୍ଗ ପିଲା ମାନଙ୍କ ଯାଞ୍ଚ କରିଥିଲେ | ପରେ ଦିବ୍ୟାଙ୍ଗ ପିଲାଙ୍କୁ ହୁଇଲଚେୟାର, ଟ୍ରାଇସାଇକେଲ, କାନ ଯନ୍ତ୍ର, କୁତ୍ରିମ ଅଙ୍ଗ, ଆଶାବାଡି, ସେନସର ବାଡି, ବେଲି କିଟ, ସିପି ଚେୟାର ଆଦି ବଣ୍ଟନ କରଯାଇଥିଲା |