This browser does not support the video element.
ନାକଟିଦେଉଳ: କିସିଣ୍ଡା ର ଲୁଇସିଂ ବ୍ରିଜ ଠାରେ ସ୍କୁଟି ଦୁର୍ଘଟଣା ଜଣେ ଗୁରୁତର
Naktideul, Sambalpur | Sep 9, 2025
କିସିଣ୍ଡା ର ଲୁଇସିଂ ବ୍ରିଜ ଠାରେ ସ୍କୁଟି ଦୁର୍ଘଟଣା ଜଣେ ଗୁରୁତର ସମ୍ବଲପୁର ଜିଲ୍ଲା କିସିଣ୍ଡା ସମ୍ବଲପୁର ରାସ୍ତାର ଲୁଇସିଂ ବ୍ରିଜ ଠାରେ ମଙ୍ଗଳବାର ସଂଧ୍ୟାରେ ସ୍କୁଟି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଜୁଜୁମୁରା ବ୍ଳକ ଟାମ୍ପରଗଡ ପଞ୍ଚାୟତ ଅନ୍ତର୍ଗତ ଗଗୁଆ ପଡ଼ା ଗ୍ରାମର ଲଲିତ ସାମିଲ । ସେ ହୋତା ନାମକ ଏକ ଘରୋଇ ବସ ରେ କଣ୍ଡକ୍ଟର ଭାବରେ କାମ କରୁଥିଲେ । କାମ ସାରି ଅଜି ସଂଧ୍ୟାରେ ଏକ ସ୍କୁଟି ଯୋଗେ ଘରକୁ ଯାଉଥିଲେ ହେଲେ କିସିଣ୍ଡା ନିକଟ ଲୁଇସିଂ ବ୍ରିଜ ନିକଟରେ ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରାଇ ସ୍କୁଟି ସହ ତଳେ ପଡ଼ିଯାଇଥିଲେ ।