This browser does not support the video element.
ସୋର: କୋର୍ଟ ନିକଟରେ ସୋର ଥାନାଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଚାରି ଗିରଫ
Soro, Balasore | Sep 29, 2025
ସୋର ପୌର ପାଳିକା ଅନ୍ତର୍ଗତ କୋର୍ଟ ସମ୍ମୁଖରେ ଗତକାଲି ରାତିରେ ସୋର ଥାନାଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ସୋର ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ରାତିରେ ଏସିଆ କପ ଫାଇନାଲ ମ୍ୟାଚ ଚାଲିଥିବା ବେଳେ କୋର୍ଟ ସମ୍ମୁଖ ତାରିଣୀ ମନ୍ଦିର ସମ୍ମୁଖରେ ରାସ୍ତା ଅବରୋଧ କରି ନିର୍ଦିଷ୍ଟ ଏକ କ୍ଲବର ଯୁବକ ମାନେ ଏଲଇଡି ଲଗାଇ ମ୍ୟାଚର ସିଧା ପ୍ରସାରଣ କରୁଥିଲେ।ଏହି ସମୟରେ ସୋର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ପେଟ୍ରୋଲିଙ୍ଗ କରୁଥିବା ବେଳେ ସେଠାରେ ପହଞ୍ଚି ରାସ୍ତା ଅବରୋଧ ହୋଇଥିବାରୁ ସମ୍ପୃକ୍ତ ଯୁବକ ମାନଙ୍କୁ ପ୍ରଶ୍ନ କରିଥିଲେ।