Download Now Banner

This browser does not support the video element.

ଝାରସୁଗୁଡା: ଲଖନପୁର ବ୍ଲକ ଅନ୍ତର୍ଗତ କଦେଲପିଟା ଗ୍ରାମରେ ନାଗବାଚା ପୂଜା ଅନଷ୍ଠିତ, ଆଶୀର୍ବାଦ କାମନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

Jharsuguda, Jharsuguda | Sep 1, 2025
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କଦେଲପିଟା ଗ୍ରାମ ଠାରେ ଆଜି ସୋମବାର ଦିନ ବାରଟା ସମୟରେ ନାଗବାଚା ପୂଜା ଅନଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ଆଜିର ଦିନରେ କଦେଲପିଟା ଗ୍ରାମରେ ନାଗବାଚା ପୂଜା ହୋଇଥାଏ ଏବଂ ଅନେକ ନିଷ୍ଠାପର ଶ୍ରଦ୍ଧାଳୁ ପ୍ରତି ବର୍ଷ ପରି ଏଥର ମଧ୍ୟ ନାଗବାଚା ପୂଜା କରିଥିଲେ। ନାଗବାଚା ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତିମାନେ ନିଃସ୍ଵାର୍ଥ ଭାବେ ମାଗଣାରେ ଲୋକଙ୍କ ସେବା କରିଥାନ୍ତି। ଦେବଦେବୀଙ୍କ ସହ ଗ୍ରାମର ପାଖ ଉଈହୁଙ୍କା ଠାରୁ ମାଟି ସଂଗ୍ରହ କରି ନାଗ ଓ ନଗୁଣୀଙ୍କ ମାଟି ପିଣ୍ଡୁଳା ତିଆରି କରିବା ପରେ ଘଟ ଆବାହନ କରାଯାଇଥିଲା।
Read More News
T & CPrivacy PolicyContact Us