This browser does not support the video element.
କୋଟପାଡ: ଗରୁଡ଼ୁଗୁଡା ପୋଲ ଭାଙ୍ଗିବା ଘଟଣା କୁ ନେଇ ବୈପାରୀଗୁଡା ଠାରେ ପ୍ରତିକ୍ରିୟା ରଖିଲେ କୋରାପୁଟ ବିଧାୟକ ରଘୁରାମ ମାଛ l
Kotpad, Koraput | Aug 28, 2025
ଭାଙ୍ଗିଲା ନବ ନିର୍ମିତ ପୋଲ l ସ୍ଥିତି ଅନୁଧ୍ୟାନ କରି ଫେରିଲେ ବିଧାୟକ l ନିମ୍ନ ମାନର କାମକୁ ନେଇ ବଢିଲା ଅସନ୍ତୋଷ l ଏନେଇ ବୈପାରୀଗୁଡା ଠାରେ ଗୁରୁବାର ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟା ରଖିଲେ କୋରାପୁଟ ବିଧାୟକ ରଘୁରାମ ମାଛ l ଦଶମନ୍ତପୁର ପଞ୍ଚାୟତର ଗରଡୁଗୁଡ଼ାରେ ନବନିର୍ମିତ ପୋଲ ଭାଙ୍ଗିବା ଘଟଣା ର ତଦନ୍ତ କରି ଫେରିଛନ୍ତି କୋରାପୁଟ ବିଧାୟକ l ଗରୁଡ଼ୁଗୁଡା ପୋଲ ଭାଙ୍ଗିବା ଫଳରେ ରାଜୁଗୁଡ଼ା, ଉଛୁଲଗୁଡ଼ା, ନୂଆଗୁଡ଼ା, ସିନ୍ଦୁରମୁଣ୍ଡି, ଗୟଲଖାରି ଏବଂ ଗେନ୍ଦରଗୁଡ଼ା ଭଳି ଗାଁକୁ ଯୋଗାଯୋଗ ରୁ ବିଚ୍ଛିନ୍ନ ହୋଇ ଯାଇଛି।ଏନେଇ ପ୍ରତିକ୍ରିୟା ରଖିଲେ କୋରାପୁଟ ବିଧାୟକ l