This browser does not support the video element.
ଢେଙ୍କାନାଳ ସଦର: ଗଣେଶଙ୍କ ଆଗମନ ନେଇ ଆନନ୍ଦ ବଜାର ପକ୍ଷରୁ ସହରରେ ଶୋଭାଯାତ୍ରା
Dhenkanal Sadar, Dhenkanal | Aug 24, 2025
ଆସନ୍ତା ୨୭ ତାରିଖ ଦିନ ଗଣପତି ବାବାଙ୍କର ପୂଜା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ବର୍ଷ ଢେଙ୍କାନାଳ ସହରରେ ୩୮ ଟି କ୍ଲବ ପକ୍ଷରୁ ପୂଜା ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସହର ଚଳ ଚଞ୍ଚଳ ହୋଇଉଠିଲାଣୀ | ଚଳିତ ବର୍ଷ ଜିଲ୍ଲା ତଥା ରାଜ୍ୟ ବାହାରୁ ଗତପତିଙ୍କ ମୂର୍ତ୍ତୀସବୁ ଆଣିବାର ବ୍ୟବସ୍ଥା ରହିଛି I ଏହି ଅବସରରେ ରବିବାର ସନ୍ଧ୍ୟା ୬ଟା୩୦ମିରେ ଆନନ୍ଦ ବଜାର ପକ୍ଷରୁ ଗଣେଶଙ୍କ ମୂର୍ତ୍ତୀ ଆସିଥିଲା । ଗଣେଶଙ୍କ ଆଗମନକୁ ନେଇ କଲେଜ ଛକ ଠାରୁ ମୁଖ୍ୟ ସହର ରାସ୍ତାଦେଇ ଆନନ୍ଦ ବଜାର ପର୍ଯ୍ୟନ୍ତ ବାଣ ଓ ବାଜା ବଜାଇ ଶୋଭାଯାତ୍ରାରେ ଗଣେଶଙ୍କୁ ସ୍ଵାଗତ ଜଣାଇବା ବେଳର ଏହି ଦୃଶ୍ୟ ।