Download Now Banner

This browser does not support the video element.

ନାକଟିଦେଉଳ: ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ୱାଚର ମୃତ

Naktideul, Sambalpur | Sep 23, 2025
ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ୱାଚର ମୃତ ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ନାକଟିଦେଉଳ ଫରେଷ୍ଟ ରେଞ୍ଜ ସରାପାଲି ବିଟ୍ ଅନ୍ତର୍ଗତ ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ମଙ୍ଗଳବାର ମଧ୍ୟାହ୍ନରେ ଜଣେ ୱାଚରଙ୍କ ମୃତ୍ୟୁ ହୋଇଛି । ମୃତ ୱାଚର ଜଣକ ହେଲେ ଟିକିଲି ପଡ଼ା ଗ୍ରାମର ଦିବାକର ପ୍ରଧାନ ।‌ ସେ ଆଜି ହାତୀ ଦଳଙ୍କୁ ଜଂଗଲରେ ଟ୍ରକିଙ୍ଗ କରୁଥିବା ସମୟରେ ହଠାତ୍ ଏକ ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ହୋଇଥିଲେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
Read More News
T & CPrivacy PolicyContact Us