This browser does not support the video element.
ଝାରସୁଗୁଡା: ସରବହାଲ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଏକ ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
Jharsuguda, Jharsuguda | Aug 30, 2025
ଝାରସୁଗୁଡା ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ସରବହାଲ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଆଜି ଦିନ ଦୁଇଟା ସମୟରେ ଏକ ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ପ୍ରାକ ସୂଚନା ପ୍ରଦାନ କରିଥିଲେ । ଷ୍ଟେଟବ୍ୟାଙ୍କର ଆର୍ଥିକ ପରାମର୍ଶ ଦାତା ମୁକୁନ୍ଦ ମାଝୀ ଭାରତ ସରକାରଙ୍କ ଦ୍ବାରା ପ୍ରଚଳିତ ବୀମା ଯୋଜନା ଓ ପେନସନ ଯୋଜନା ଉପରେ ଆଲୋକପାତ କରିଥିଲେ ଏବଂ ଚିଟ୍ ଫଣ୍ଡର ଅପକାରିତ ସମ୍ପର୍କରେ ବୁଝାଇଥିଲେ ।