This browser does not support the video element.
ଜଗତସିଂହପୁର: ଜଗତସିଂହପୁର ସଖୀ ସେଣ୍ଟରରୁ ନାବାଳିକା ନିଖୋଜ ନେଇ ଏସପିଙ୍କ ନିକଟରେ ଅଭିଯୋଗ
Jagatsinghapur, Jagatsinghpur | Aug 24, 2025
ଜଗତସିଂହପୁର ସଖୀ ସେଣ୍ଟରରୁ ଜଣେ ନାବାଳିକା ନିଖୋଜ ନେଇ ଜଗତସିଂହପୁର ଏସ୍ପିଙ୍କୁ ଅଭିଯୋଗ କଲେ ନାବାଳିକାର ବାପା । ଆଜି ମଧ୍ୟାହ୍ନ ୧୨ ଟା ସମୟରେ ନାବାଳିକାର ବାପା ଏସ୍ପିଙ୍କୁ ଅଜିଯୋଗ କରିଥିବା ସୂଚନା ମିଳିଛି । ସୂଚନାମୁତାବକ ରଘୁନାଥପୁର ଥାନା ଅଞ୍ଚଳରୁ ଉକ୍ତ ନାବାଳିକା ଅପହୃତ ହେବା ପରେ ରଘୁନାଥପୁର ପୋଲିସ ସୁଦୁର ଚେନାଇରୁ ଉକ୍ତ ନାବାଳିକାକୁ ଉଦ୍ଧାର କରି ଜଗତସିଂହପୁର ସଖୀ ସେଣ୍ଟରରେ ରଖିଥିଲା । ପରେ ସଖୀ ସେଣ୍ଟରରୁ ଉକ୍ତ ନାବାଳିକା ନିଖୋଜ ହୋଇଯାଇଥିବା ନେଇ ନାବାଳିକାର ବାପା ଆଜି ଏସ୍ପିଙ୍କୁ ଅଭିଯୋଗ କରିଛନ୍ତି