Download Now Banner

This browser does not support the video element.

ଦେବଗଡ: ପଳସମା ଅଂଚଳରେ ୨ ଟି ଦନ୍ତା ହାତୀର ଉପଦ୍ରବ

Debagarh, Debagarh (Deogarh) | Aug 25, 2025
ଦେବଗଡ ଜିଲ୍ଲା ରିଆମାଳ ବନାଂଚଳ ପଳସମା ଅଂଚଳରେ ସୋମବାର ୨ ଟି ଦନ୍ତା ହାତୀର ଉପଦ୍ରବ ଜାରି ରହିଛି । ଉକ୍ତ ଅଂଚଳରେ ଦିନ ତମାମ ଉକ୍ତ ଦୁଇ ଦନ୍ତା ହାତୀ ରହିଥିବା ବେଳେ ରାତିରେ ମଧ୍ୟ ଉପଦ୍ରବ ଜାରି ରଖିଥିବା ଜଣାପଡିଛି । ଏନେଇ ଆଜି ରାତି ୧୦ ଟାରେ ବନବିଭାଗ ଠାରୁ ସୂଚନା ମିଳିଛି । ଉକ୍ତ ଅଂଚଳରେ ଦନ୍ତା ହାତୀ ଉପଦ୍ରବ ଯୋଗୁଁ ପଳସମା ସମେତ ଆଖପାଖ ଅଂଚଳରେ ଧାନ ଚାଷ କ୍ଷୟକ୍ଷତି ହେଉଥିବା ବେଳେ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି । ଅନ୍ୟପଟେ ହାତୀ ଥିବା ଅଂଚଳରେ ବନବିଭାଗ କର୍ମଚାରୀ ପେଟ୍ରୋଲିଂ ଜାରି ରଖିଥିବା ବେଳେ ହାତୀ ଘଉଡାଇବାକୁ ଚେଷ୍ଟା କରାଯାଉଥିବା ବନବିଭାଗ ଠାରୁ ସୂଚନା ମିଳିଛି ।
Read More News
T & CPrivacy PolicyContact Us