Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସହରର ନୂଆସାହି ଛକ ରାସ୍ତା ଉପରେ ଦୁଇଫୁଟ ଉଚ୍ଚରେ ପାଣି ପ୍ରବାହିତ,ଯାତାୟତରେ ବାଧା

Baleshwar M, Balasore | Sep 2, 2025
ଲଘୁଚାପ ଯୋଗୁଁ ଗତକାଲି ରାତି ତମାମ ପ୍ରବଳ ବର୍ଷା ରେ ବାଲେଶ୍ଵର ସହର ତଥା ଆଖପାଖ ଅଞ୍ଚଳରେ କୃତିମ ବନ୍ୟା ସୃଷ୍ଟି।ସହରର ସହଦେବଖୁଣ୍ଟା ବସ ଷ୍ଟାଣ୍ଡ ରୁ ରେମୁଣା ଗୋଲେଇ ରାଜପଥ କୁ ସଂଯୋଗ କରୁଥିବା ରାସ୍ତା ନୂଆସାହି ଛକ ଠାରେ।ସକାଳେ ରାସ୍ତା ଉପରେ ଦୁଇଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା।ଦିନ ଗୋଟାଏ ବେଳକୁ ଏହା କମିଥିଲେବି ରାସ୍ତା ଉପରେ ପାଣି ଚାଲିଥିବା ଦେଖିବାକୁ ମିଳିଛି।ଛାତ୍ରଛାତ୍ରୀ ମାନେ ସ୍କୁଲ,କଲେଜ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି।ସହରର ବିଭିନ୍ନ ଅଞ୍ଚଳର ଘର,ଦୋକାନ ଓ ବ୍ୟବସାୟ ଅନୁଷ୍ଠାନ ମାନଙ୍କରେ ବର୍ଷା ପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି।
Read More News
T & CPrivacy PolicyContact Us